ଶୀତ ସକାଳେ ଘାସରେ ଚାଲନ୍ତୁ, ମିଳିବ ଅନେକ ଫାଇଦା

Published By : Prameya-News7 Bureau | November 22, 2024 IST

ମୁମ୍ଵାଇ ୨୨।୧୧; ସାଧରଣତଃ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ ଆପଣ ଜାଣନ୍ତି କି ଘାସରେ ଚାଲିବା ଦୁଇଗୁଣା ଲାଭଦାୟକ । ବିଶେଷକରି ସକାଳେ ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ଅନେକ ସମସ୍ୟାର  ସମାଧାନ ହୋଇଥାଏ । ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ସହ ଶାରିରୀକ ଚଳପ୍ରଚଳ ମଧ୍ୟ ନିହାତି ଦରକାର । ଖାସ୍‌ କରି ଶୀତ ଦିନ ସକାଳୁ ଚାଲିବା ବେଶ ଭଲ । 

ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ୱାର୍କଆଉଟ୍‌ ଓ ବ୍ୟାୟାମ କରିବାକୁ ସମୟ ବାହାର କରିପାରୁ ନାହାନ୍ତି।  ଏହି ପରିସ୍ଥିତିରେ ନିଜକୁ ସୁସ୍ଥ ରଖିବା ପାଇଁ ଚାଲିବା ହିଁ ଏକମାତ୍ର ସହଜ ଉପାୟ । ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ୱାରା ବହୁ ପ୍ରକାରର ଫାଇଦା ମିଳିଥାଏ । ଯେଉଁଥି ପାଇଁ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କଣ କଣ ... 

ରକ୍ତଚାପ ଓ ପାଚନ ତନ୍ତ୍ର ସୁସ୍ଥ; ଏକ ଗବେଷଣା ଅନୁସାରେ ଧରିତ୍ରୀ ସହ ପାଦର ସିଧାସଳଖ ସମ୍ପର୍କ  ଦ୍ୱାରା ଶରୀରରେ ଥିବା ସ୍ନାୟବିକ ବ୍ୟବସ୍ଥା ଓ ସର୍କିଡିଆନ୍‌ ରିଦିମ୍‌  ନିୟମିତ ହୋଇଥାଏ । ଫଳରେ ଶରୀରର ତାପମାତ୍ରା, ହର୍‌ମୋନ୍‌  କ୍ଷରଣ, ପାଚନତନ୍ତ୍ର ଓ ରକ୍ତଚାପ ଆଦି ନିୟନ୍ତ୍ରିତ ରହିଥାଏ ।  

ପ୍ରଦାହ କମାଏ ; ଖାଲି ପାଦରେ ୨ ଘଣ୍ଟା ଘାସରେ ଚାଲିବା ଦ୍ୱାରା ପ୍ରଦାହ କମ୍‌  ହୋଇଥାଏ, ଯାହା ହୃଦୟ ରୋଗ, ଟାଇପ-୨ ମଧୁମେହ ଏବଂ   କେତେକ ପ୍ରକାରର କର୍କଟର ରିସ୍କକୁ କମ୍‌ କରିଥାଏ ।  

ଚିନ୍ତା ଦୂରାଏ ; ଘାସରେ ଚାଲିବା ଦ୍ୱାରା ମନ ଶାନ୍ତ ହୋଇଥାଏ, ଯାହାଦ୍ୱାରା ଚିନ୍ତା କମ୍‌  ରହିଥାଏ । ପ୍ରକୃତି ଓ ଧରିତ୍ରୀ ସହ ଶରୀରର ସମ୍ପର୍କ ଦ୍ୱାରା ଚିନ୍ତାର  ସ୍ତର କମ୍‌ ରହିଥାଏ । ଫଳରେ ମାନସିକ ସ୍ୱାସ୍ଥ୍ୟ ସୁଧାର ହେବାରେ  ସାହାଯ୍ୟ କରିଥାଏ । 

ମୁଡ୍‌ରେ ସୁଧାର ଆଣେ ; ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ମନକୁ ଖୁସି ଓ ଆରାମ  ମିଳିଥାଏ । ଘାସରେ ଚାଲିବା ଦ୍ୱାରା ଶରୀରରୁ ଏଣ୍ଡୋଫିନ୍‌ କ୍ଷରଣରେ  ହୋଇଥାଏ । ଏହା ଏକ ପ୍ରାକୃତିକ ମୁଡ୍‌ ଲିଫ୍ଟର୍‌ ।  

ଯନ୍ତ୍ରଣାରୁ ମୁକ୍ତି ଦିଏ ; ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ପୁରୁଣା ଯନ୍ତ୍ରଣା  ରହିଥାଏ । ତେବେ ନିୟମିତ ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା  ଫାଇଦା ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.